|
“ଚେତନାର କର୍ମ ହେଉଛି ଆତ୍ମାର ଆରୋହଣ ଏବଂ ଶକ୍ତିର ଅବତରଣ ଯାହାକି ଜଡ଼ ଜଗତକୁ ଉର୍ଦ୍ଧତର ଜଗତ ସହିତ ସମ୍ପର୍କିତ କରେ, ଚେତନାର ଏହି ଆରୋହଣ ଏବଂ ଅବତରଣ କର୍ମଟି ଅବତାରଙ୍କ ନିମନ୍ତେ ବିଧି ନିର୍ଦ୍ଧିଷ୍ଟ ହୋଇଥାଏ; ଏପରିକି ଯଦି ସେ ବନ୍ଦୀଶାଳାରେ ରୁହନ୍ତି, ଏବଂ କାହା ସହିତ ତାଙ୍କର ସାକ୍ଷାତକାର ହୁଏ ନ।ହିଁ ଓ କେବେବି ସେ ବାହାରକୁ ଯାଆନ୍ତି ନାହିଁ ତଥାପି ସେ ଚେତନାର ଅଭିଯାତ୍ରା ଜାରି ରଖନ୍ତି; କାରଣ ଏହା ଚେତନାର ଏକ କର୍ମ ଯାହାକି ଅତିମାନସକୁ ଜଡ଼ ଜଗତ ସହିତ ସମ୍ପର୍କିତ କରେ, ତାଙ୍କର କୌଣସି ସ୍ଵୀକୃତି ପାଇବାର ଆବଶ୍ୟକତା ନ।ହିଁ, ଆତ୍ମା ଓ ପରମାତ୍ମା ମଧ୍ୟରେ ଥିବା ସଚେତନ ସଂଯୋଗର ପ୍ରତିଷ୍ଠା ନିମନ୍ତେ ତାଙ୍କର କୌଣସି ବାହ୍ୟ ସାମର୍ଥ୍ୟର ଆବଶ୍ୟକତା ନଥାଏ। ତାଙ୍କ ଦ୍ଵାରା ଥରେ ଯେତେବେଳେ ବିଜ୍ଞାନମୟ ଜଗତ ଓ ଜଡ଼ ଜଗତ ମଧ୍ୟରେ ସମ୍ପର୍କ ପ୍ରତିଷ୍ଠା ହୋଇଯାଏ, ଏହାର ପ୍ରଭାବରେ ବାହ୍ୟ ଜଗତରେ ନୂତନ ସୃଜନାତ୍ମକ ଅଭିବ୍ୟକ୍ତିର ପ୍ରକାଶ ଘଟେ, ଯାହାକି ଏକ ସୁସଙ୍ଗତ ସାମୁହିକ ଆଶ୍ରମ ଜୀବନରୁ ଆରମ୍ଭ ହୋଇ ଏକ ପରିପୂର୍ଣ୍ଣ ପୃଥିବୀରେ ପରିସମାପ୍ତି ହୁଏ।”
|
ଶ୍ରୀ ମା |
|
  |
“ତୁମେ ଯେତେବେଳେ ଏହା ଅନୁଭବ କର ଯେ ତୁମେ ଯାହା ଜାଣିଛ ତାହା ଜାଣିବାକୁ ବାକିଥିବା ଜ୍ଞାନ ପାଖରେ ଅତି ନଗଣ୍ୟ, ଯାହାସବୁ କାମକରିଛ ତାହା ବାକି ଥିବା ସବୁ କର୍ମର କେବଳ ଆରମ୍ଭ ମାତ୍ର, ତୁମେ ଯେତେବେଳେ ଭବିଷ୍ୟତକୁ ଏକ ଆକର୍ଷଣୀୟ ସୂର୍ଯ୍ୟ କିରଣ ଏବଂ ମାପିହେଉନଥିବା ସମ୍ଭାବନା, ଯାହାକୁ ପ୍ରାପ୍ତ ହେବାକୁ ହେବ, ଏହି ଭାବରେ ଦେଖିପାର, ସେତେବେଳେ ତୁମେ ଜାଣିବ ଯେ ତୁମେ ଜଣେ ତରୁଣ।”
|
ଶ୍ରୀ ମା |
“ମୁଁ ତୁମମାନଙ୍କୁ ଏହା କହିରଖିବାକୁ ଚାହେଁ ଯେ ଦୁଇଟି ମଣିଷମାନଙ୍କର ସମ୍ପର୍କ କିମ୍ବା ମାନୁଷୀ ପ୍ରେମ ତାହା ଯେତେ ଆନ୍ତରିକତା, ସରଳତା ଓ ପବିତ୍ରତା ଉପରେ ଠିଆ ହୋଇଥିଲେ ମଧ୍ୟ ସେମାନେ ଅଳ୍ପ ବହୁତ ଭଗବାନଙ୍କର ପ୍ରତ୍ୟକ୍ଷ ସମ୍ପର୍କରୁ ବଞ୍ଚିତ ହୁଅନ୍ତି। ସେମାନଙ୍କର ବଳ, ଆଲୋକ ଓ ସାମର୍ଥ୍ୟ ଅସୀମ ଭାଗବତ ଶକ୍ତିର ଆଶ୍ରିତ ନହୋଇ କେବଳ ନିଜର ସୀମିତ ସାମୁହିକ ଶକ୍ତି ଭିତରେ ସଙ୍କୁଚିତ ହୋଇ ରହେ। ”
|
ଶ୍ରୀ ମା |
“ଯେଉଁ ଦ୍ଵିଜ ଆତ୍ମା ନିଜସହିତ ଏକୁଟିଆ ଜୀବନ ବଞ୍ଚିବାକୁ ସମର୍ଥ ହୁଅନ୍ତି ତାଙ୍କର ଭଗବାନଙ୍କର ସହିତ ସାକ୍ଷାତକାର ହୁଏ।”
|
ସାବିତ୍ରୀ-୪୬୦ |
“ଦ୍ଵିଜ ଆତ୍ମାଙ୍କର ଏକ ନବଜନ୍ମ ଉଙ୍କିମାରେ,
ସେ ଆତ୍ମାର ଏକ ପ୍ରସାରିତ ଦୃଶ୍ୟକୁ ଦେଖନ୍ତି;
ପରମାତ୍ମାଙ୍କ ପ୍ରଶ୍ଵାସ ତାଙ୍କମଧ୍ୟରେ ଗତିଶୀଳ ହୁଏ
କିନ୍ତୁ ତାହା ଅତିଶୀଘ୍ର ପ୍ରତ୍ୟାବର୍ତ୍ତନ କରେ:
ସେହି ଶକ୍ତିଶାଳୀ ଅତିଥିଙ୍କୁ ଧାରଣକରିବାକୁ ତାଙ୍କର ଆତ୍ମା ସମର୍ଥ ହୋଇପାରିନଥିଲା।”
|
ସାବିତ୍ରୀ-୧୬୫ |
“ସ୍ଵର୍ଗର ପ୍ରଶାନ୍ତ ସୁରକ୍ଷା କବଚ ସ୍ଥିରୀକୃତ ଲକ୍ଷ ଥିବା ସନ୍ତାନକୁ ଜଗିରହେ।”
|
ସାବିତ୍ରୀ-୧୬ |
“କେବଳ ସେହିମାନଙ୍କର ଜୀବନ ସୁରକ୍ଷିତ ଯେଉଁମାନେ ହୃଦୟରେ ଭଗବାନଙ୍କୁ ଧାରଣ କରନ୍ତି।”
|
ସାବିତ୍ରୀ-୨୧୧ |
“ସାବିତ୍ରୀ ନିଜର ଚୈତ୍ୟ ଆତ୍ମାଙ୍କୁ (ହୃଦୟରେ ଭଗବାନଙ୍କୁ) ଆବିଷ୍କାର କରିଥିଲେ ଓ ସେ ନିଜର ଆତ୍ମାର ଲକ୍ଷ ବିଷୟରେ ପୂର୍ଣ୍ଣ ଅବଗତ ଥିଲେ।”
|
ସାବିତ୍ରୀ-୫୩୨ |
|
|
|
|
 |
ଶ୍ରୀ ମା’ଙ୍କ ଆଦର୍ଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ |
ଓଡ଼ିଆ ବିଭାଗ |
“ତୁମେ ଯେତେବେଳେ ମନ ଏବଂ ହୃଦୟରେ ଶ୍ରୀ ଅରବିନ୍ଦ ଏବଂ ମୋ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖିପାର ନାହିଁ, ଯେତେବେଳେ ଶ୍ରୀ ଅରବିନ୍ଦଙ୍କୁ ଚିନ୍ତା କରିବା ଅର୍ଥ ମୋତେ ଚିନ୍ତା କରିବା ଏବଂ ମୋତେ ଚିନ୍ତା କରିବା ଅର୍ଥ ନିଶ୍ଚିତ ଭାବରେ ଶ୍ରୀ ଅରବିନ୍ଦଙ୍କୁ ଚିନ୍ତା କରିବା, ଜଣଙ୍କ ମଧ୍ୟରେ ଅନ୍ୟ ଜଣଙ୍କୁ ନିଶ୍ଚିତ ଭାବରେ ଦର୍ଶନ କରିବା, ଯେପରି ଜଣେ ଏବଂ ସେହି ଗୋଟିଏ ଅଭିନ୍ନ (ଅବତାର) ବ୍ୟକ୍ତି, ତେବେ ତୁମେ ଜାଣିବ ଯେ ତୁମେ ଅତିମାନସ ଶକ୍ତି ଓ ଚେତନା ଆଡ଼କୁ ନିଜକୁ ଖୋଲି ଧରିବା ଆରମ୍ଭ କରିଛ।” |
ଶ୍ରୀ ମା |
“ଅତିମାନସ ବହୁ ପୂର୍ବରୁ, ବହୁ ପୂର୍ବରୁ ମନ ଭିତରକୁ ଅବତରଣ କରିଛି (ଶ୍ରୀ ମା ଆଲଜେରିଆ ଏବଂ ଶ୍ରୀ ଅରବିନ୍ଦ ଆଲିପୁର୍ ଜେଲରେ ଥିବା ସମୟରେ) ଏବଂ ଏପରିକି ପ୍ରାଣମଧ୍ୟକୁ ମଧ୍ୟ ଅବତରଣ କରିଛି (ପଣ୍ଡିଚେରୀରେ): ଏହି ଅତିମାନସ ଜଡ଼ ଜଗତରେ ମଧ୍ୟ ପରୋକ୍ଷ ଭାବରେ ଏହି ମଧ୍ୟବର୍ତ୍ତୀ ଜଗତ ଦେଇ କ୍ରିୟାଶୀଳ। ପ୍ରଶ୍ନ ହେଉଛି ଏହି ଅତିମାନସ କିପରି ଜଡ଼ମଧ୍ୟରେ ପ୍ରତ୍ୟକ୍ଷ ଭାବରେ କ୍ରିୟାଶୀଳ ହୋଇପାରିବ। ଶ୍ରୀ ଅରବିନ୍ଦଙ୍କ କହିବା ଅନୁସାରେ ଏହା ସମ୍ଭବ ହୋଇ ପାରନ୍ତା ଯଦି ତାମସିକ ମନ (physical mind) ଅତିମାନସ ଶକ୍ତିକୁ ଗ୍ରହଣ କରନ୍ତା: ଅତି ସ୍ଥୂଳ ଜଡ଼ମଧ୍ୟରେ ଅତିମାନସ ଶକ୍ତିର ପ୍ରତ୍ୟକ୍ଷ କ୍ରିୟାନିମନ୍ତେ ତାମସିକ ମନ ଯନ୍ତ୍ର ହୁଅନ୍ତା। ରୂପାନ୍ତରିତ ତାମସିକ ମନର (ଜପ ଦ୍ଵାରା ତାମସିକ ମନର ରୂପାନ୍ତର ସମ୍ଭବ) ଅତିମାନସକୁ ଧାରଣ କରିବାର ସାମର୍ଥ୍ୟକୁ ଶ୍ରୀ ଅରବିନ୍ଦ ଆଲୋକିତ ମନ (Mind of Light) ବୋଲି କହୁଥିଲେ।... ଶ୍ରୀ ଅରବିନ୍ଦ ସ୍ଥୂଳ ଦେହ ତ୍ୟାଗ କରୁକରୁ ମୋ (ଶ୍ରୀ ମା’ଙ୍କ) ମଧ୍ୟରେ ଏହି ଆଲୋକିତ ମନ ଉପଲବ୍ଧ ଏବଂ କ୍ରିଯାଶୀଳ ହୋଇଥିଲା। ଅର୍ଥାତ୍ ଅତିମାନସ ଶକ୍ତି ଏହି ସ୍ଥୂଳ ଶରୀର ମଧ୍ୟରେ ପ୍ରତ୍ୟକ୍ଷ ଭାବରେ କ୍ରିଯାଶୀଳ ହେଲା। ” |
ଶ୍ରୀ ମା |
|
|
୧) |
ଦିବ୍ୟ ସତ୍ୟ |
|
|
|
୩) |
ଦିବ୍ୟ ପ୍ରେମ |
|
|
୪) |
ଶ୍ରୀ ମାତୃନିକେତନ ଆଶ୍ରମ ବିବୃତି-୨୦୧୯ |
|
|
୫) |
ଆରୋଜ୍ଞାନ |
|
|
୬) |
ତତ୍ତ୍ଵମସି |
|
|
୭) |
ସାଧନା ଶିବିର ପ୍ରଶ୍ନାବଳୀ- ଜୁନ-୨୦୧୯ |
|
|
୮) |
ଅସୀମଙ୍କ ଛନ୍ଦରେ ପରିବର୍ତ୍ତନଶୀଳ ଜଗତ ଏବଂ mind map |
|
|
୯) |
କୋଷଗତ ରୂପାନ୍ତର ଏବଂ mind map |
|
|
୧୦) |
ପୃଥିବୀର ଭବିଷ୍ୟତ ଏବଂ mind map |
|
|
୧୧) |
ଶ୍ରୀ ମାତୃନିକେତନ ଆଶ୍ରମ ବିବୃତି-୨୦୨୦ |
|
|
୧୨) |
ଗୀତିନାଟ୍ୟ ସାବିତ୍ରୀ |
|
|
୧୩) |
ସାଧନା ଶିବିର ପ୍ରଶ୍ନାବଳୀ- ଜୁନ-୨୦୨୦ |
|
|
୧୪) |
ପୂର୍ଣ୍ଣାଙ୍ଗ ଶିକ୍ଷାର କେନ୍ଦ୍ରୀୟ ସତ୍ୟ |
|
|
୧୫) |
ଦିବ୍ୟ ଜୀବନର କେନ୍ଦ୍ରୀୟ ସତ୍ୟ |
|
|
୧୬) |
ଶ୍ରୀ ମାତୃନିକେତନ ଆଶ୍ରମ ବିବୃତି-୨୦୨୧ |
|
|
୧୭) |
ସାଧନା ଶିବିର ପ୍ରଶ୍ନାବଳୀ- ଜୁନ-୨୦୨୧ |
|
|
୧୮) |
ଭାରତ ଜଗତର ଗୁରୁ ହେବା ବିଧିନିର୍ଦିଷ୍ଟ |
|
|
୧୯) |
ଶ୍ରୀମଦ୍ ଭଗବଦ୍ ଗୀତା |
|
|
୨୦) |
ଶ୍ରୀ ମାତୃନିକେତନ ଆଶ୍ରମ ବିବୃତି-୨୦୨୨ |
|
|
|
|
|
ଜିଜ୍ଞାସୁର ପ୍ରଶ୍ନ |
|
ଓଂ ତତ୍ ସତ୍ |
 |
|
|
ଶ୍ରୀ ମାତୃନିକେତନ ଆଶ୍ରମ ଶ୍ରୀ ଅରବିନ୍ଦକେନ୍ଦ୍ର,
Managed by The Mother’s International Centre Trust,
Regd.No-146/24.11.97. ଗ୍ରାମ: ରାମଚନ୍ଦ୍ରପୁର, ସା: କୁକୁଡାଖଣ୍ଡି-୭୬୧୧୦୦
Via: ବ୍ରହ୍ମପୁର, ଜିଲା: ଗଞ୍ଜାମ, ଓଡିଶା, ଭାରତ |
|
|